ଆସିକା: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଛୁରାମାଡ । ଆସିକା ବସଷ୍ଟାଣ୍ଡ ନିକଟ ଷ୍ଟେଟ ବ୍ୟାଙ୍କ ସମ୍ୁଖରେ ଛୁରାମାଡ ଆକ୍ରମଣ ହୋଇଥିଲା । ଯୁବକଙ୍କ ପେଟ ଓ ହାତରେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ଛୁରାମାଡ ଆକ୍ରମଣରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଯୁବକଙ୍କୁ ଛୁରାମାଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










