23.1 C
Bhubaneswar
Sunday, February 8, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ଘୁ.ଉଦୟଗିରି: ଘୁ.ଉଦୟଗିରିରେ ଭୟଙ୍କର ସଡକ ଦୁର୍ଘଟଣା। ଅଜଣା ବୋଲେରୋ ପିକ୍‌ଅପ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସାଙ୍ଗରେ ଥିବା ୯ ବର୍ଷର ପୁଅ ଆଘାତରୁ ବଞ୍ଚିଯାଇଥିବା ସୂଚନା ମିଳିଛିସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ବରପାଲି ଗ୍ରାମର ଚିରଞ୍ଜିବୀ ମହାପାତ୍ର (୩୦) ସାକାଡ଼ି ଗ୍ରାମର ୯ ବର୍ଷର ଜଣେ ପୁଅଙ୍କ ସହ ବାଇକ୍‌ରେ ଘୁ. ଉଦୟଗିରିରୁ ସାକାଡ଼ି ଯାଉଥିଲେ। ଲୀଙ୍ଗାଗଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀକଲା ଘାଟି ପୂର୍ବ ବୁଲାଣି ନିକଟରେ ହଠାତ୍ ଏକ ଅଜଣା ପିକଅପ୍ ବୋଲେରୋ ବାଇକ୍‌ଟିକୁ ପଛ ପଟୁ ଧକ୍କା ଦେଇ ପଳାଇଯାଇଥିଲା।ଘଟଣାରେ ଚିରଞ୍ଜିବୀ ତଳେ ପଡିଯିବା ଫଳରେ ବାମ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ସେ ରାସ୍ତା ଉପରେ ଛଟପଟ ହେଉଥିବା ବେଳେ।

ସାଙ୍ଗରେ ଥିବା ପୁଅଟି ସାମାନ୍ୟ ଆହତ ହୋଇଥିଲେ।ସେଇ ରାସ୍ତା ଦେଇ ଏନ୍‌ଏସି ବିଧାୟକ ପ୍ରତିନିଧି ମଧୁଳିନା ଦିଗାଲ ଓ ତାଙ୍କ ସ୍ୱାମୀ ଯାଉଥିବା ବେଳେ ଘଟଣା ଦେଖି ସଙ୍ଗେ ସଙ୍ଗେ  ୧୧୨ କୁ ଏବଂ  ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଚିରଞ୍ଜିବୀଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଧକ୍କା ଦେଇ ପଳାଇଥିବା ଅଜଣା ବୋଲେରୋ ଗାଡ଼ିର ଠିକଣା ମିଳିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking