20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଗାଈକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ଯୁବକ : ଭିଡିଓ ଭାଇରାଲ

ଗାଈକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ଯୁବକ : ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସ୍ୱାର୍ଥପର ଦୁନିଆରେ ଜଣେ ବ୍ୟକ୍ତି ମାନବିକତାର ଉଦାହରଣ ସୃଷ୍ଟି କରିଥିବା  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମଣିଷ କେବଳ ମଣିଷ ପ୍ରତି ନୁହେଁ, ପଶୁପକ୍ଷୀମାନଙ୍କ ପ୍ରତି ମଧ୍ୟ କେତେ ଦୟାଳୁ ତାହାର ଉଦାହରଣ ଆମେ ଏଠାରେ ଦେଖିପାରୁଛୁ । ଏବେ ଏହି ଭିଡିଓ ଦେଖିବା ପରେ, ଯେକୌଣସି ବ୍ୟକ୍ତିଙ୍କ ହୃଦୟ ଏହି ବ୍ୟକ୍ତିଙ୍କୁ ସାଲ୍ୟୁଟ୍ କରିବାକୁ ଚାହିଁବ । ପ୍ରକୃତରେ,  ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ଅଳିଆ ଭର୍ତ୍ତି ଡ୍ରେନରେ ପଡ଼ିଯାଇଥିବା ଗାଈକୁ ଉଦ୍ଧାର କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ, ଲୋକମାନେ ଏହି ବ୍ୟକ୍ତିଙ୍କୁ ହୃଦୟରୁ ସଲାମ କରୁଛନ୍ତି ।

ଡ୍ରେନରେ ଫସି ରହିଥିବା ଏକ ଗାଈର ଏହି ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି କିଛି ଲୋକଙ୍କ ସାହାଯ୍ୟରେ ବହୁତ ପରିଶ୍ରମ କରି ଗାଈଟିକୁ ବାହାର କରିବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି । ବହୁତ ସମୟ ଚେଷ୍ଟା ପରେ ମଧ୍ୟ ଗାଈଟି ନାଳରୁ ବାହାରକୁ ନ ଆସିବାରୁ, ତାକୁ ରଶିରେ ବାନ୍ଧି ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ଗାଈ ସହିତ ଡ୍ରେନ୍‌ରେ ଥିବା ବ୍ୟକ୍ତିଙ୍କ ଝାଳ ବୋହୁଥାଏ, ସେପଟେ ଗାଈ ମଧ୍ୟ ତାଙ୍କୁ ଜୋର୍‌ରେ ଠେଲି ଦେଉଥାଏ । ଯାହା ଫଳରେ ବ୍ୟକ୍ତି ଜଣକ ପଡ଼ି ଯାଇଥିଲେ । ବ୍ୟକ୍ତି ରାଗିବା ପରିବର୍ତ୍ତେ ଗାଈକୁ ସ୍ନେହରେ ଆଲିଙ୍ଗନ କରିବା ଆରମ୍ଭ କରିଥିଲେ । ଏହା ପରେ, ରଶିକୁ ଦୁଇଗୁଣ କରି ଗାଈର ପେଟରେ ବାନ୍ଧି ସମସ୍ତ ପ୍ରୟାସ ସହିତ ଗାଈକୁ ବାହାର କରିବାରେ ସଫଳ ହୋଇଥିଲେ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ଲୋକମାନେ ଏହି ବ୍ୟକ୍ତିଙ୍କ ସାହସ ଏବଂ ମାନବିକତା ଦେଖି ତାଙ୍କୁ ସଲାମ କରୁଛନ୍ତି । ଡ୍ରେନ୍‌ରେ ଫସି ରହିଥିବା ଗାଈର ଏହି ଭିଡିଓଟି ଗୋଟିଏ ଦିନରେ ୨ କୋଟି ୧୦ ଲକ୍ଷରୁ ଅଧିକ ଭ୍ୟୁ ପାଇ ଥିବା ବେଳେ ଏହି ୨୬ ଲକ୍ଷରୁ ଅଧିକ ଲାଇକ୍ ପାଇଛି । ଏହି ଭିଡିଓଟି ବୀରା ସିଂହମ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି, ‘ଏହା ଜୀବନ୍ତ, ନିର୍ଦ୍ଦୋଷ ଚେହେରା’। ଏହାକୁ ଦେଖି ଏହି ଭିଡିଓରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯେତେବେଳେ ମୁଁ ଏହି ଭିଡିଓ ଦେଖିଲି, ମୋ ଆଖିରେ ଲୁହ ଆସିଗଲା । ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆଜିର ସମାଜର ପ୍ରକୃତ ନାୟକ’। ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି, ‘ ମାନବିକତାର ଏକ ପ୍ରକୃତ ଉଦାହରଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking