ପୁରୀ: ଅଶାନ୍ତ ପୁରୀ । ପୁରୀ ପେଣ୍ଠକଟା ଧୋବାଖାଲରେ ଯୁବକଙ୍କୁ ନିର୍ମମ ହତ୍ୟା । ମୃତ ଯୁବକ ବଡଶଙ୍ଖ ଅଞ୍ଚଳର ବୋଲି ଜଣାପଡିଛି । ସେପଟେ ହତ୍ୟାକାଣ୍ଡ ସଂପର୍କ ଖବର ପାଇ ସମୂଦ୍ର କୂଳ ଥାନା ପୋଲିସ ଓ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ହସ୍ପିଟାଲକୁ ପଠାଇଛି ପୋଲିସ । ସେହିପରି ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ପୋଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।










