16.1 C
Bhubaneswar
Tuesday, December 9, 2025
Homeଓଡିଶାସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ବିଲରେ ଖଇଁଛି ବସାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି | ଏପରି ଘଟଣାଟି ଘଟିଛି  ସଠିଲୋ ବଲବଲିଆ ଗ୍ରାମରେ | ବାଲେଶ୍ୱର ଜିଲ୍ଲା  ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ସଠିଳବଲବଲିଆ ଗ୍ରାମର ଗଜେନ୍ଦ୍ର ଗିରି(୪୫) ଗତ ୨ ତାରିଖ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଛ ଧରିବା ପାଇଁ  ନିକଟ ବିଲକୁ ଖଇଁଚି ବସାଇବାକୁ ଯାଇଥିଲା | ରାତି ୯ଟା ପର୍ଯ୍ୟନ୍ତ ଘରକୁ ଫେରିବାରେ ବିଳମ୍ବ ହେବାରୁ ଗଜେନ୍ଦ୍ରଙ୍କ ପୁଅ ଜୟନ୍ତ ଗିରି(୧୯) ବାପାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ | ବିଲରେ ପହଞ୍ଚି ଦେଖିବା ବେଳକୁ ସୀମାବର୍ତ୍ତୀ, ସେହି ଗ୍ରାମର କିଛି ଲୋକ ତାଙ୍କ ବାପାଙ୍କ ମୁଣ୍ଡକୁ କୋଦାଳରେ ପିଟି ଚାଲିଥିଲେ | ଏଭଳି କାଣ୍ଡ ଘଟାଇଥିବା ନେଇ ଜୟନ୍ତ ଗିରି ନୀଳଗିରି ଥାନାରେ ଏତଲା ଦେଇଛନ୍ତି |ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନୀଳଗିରି ମେଡିକାଲକୁ ଅଣାଯାଇଥିଲେ ହେଁ ଗଜେନ୍ଦ୍ର ଗିରିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ତେବେ ଏନେଇ ନୀଳଗିରି ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking