ନୟାଗଡ଼: ଚାନ୍ଦପୁର ଥାନା ରଣ୍ଡା ଡ୍ୟାମ ନିକଟରେ ଜଣଙ୍କୁ ହାତୀ ଦଳି ଦେଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ଘଟିବା ଖବର ପାଇ ପଟିଆ ବିଟ୍ ହାଉସ୍ ଷ୍ଟାଫ୍ମାନେ ଭୟରେ ବିଟ୍ ଛାଡ଼ି କେଉଁଆଡ଼େ ପଳାଇଛନ୍ତି । ମୃତକ ସ୍ଥାନୀୟ ନରମାନି ଗ୍ରାମର ବାବୁଲା ପରିଡ଼ା ବୋଲି କୁହାଯାଉଛି । ସୂଚନାନୁସାରେ, ସକାଳୁ ବାବୁଲା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ବାବୁଲା ସହିତ ଅନ୍ୟ ଦୁଇ ଜଣ ଥିଲେ ସେମାନେ ଅଳ୍ପକେ ହାତୀ କବଳରୁ ରକ୍ଷା ପାଇଯାଇଛନ୍ତି ବୋଲି କୁହାଯାଉଛି । ଗ୍ରାମବାସୀଙ୍କ ଭୟରେ ବାବୁଲାଙ୍କ ସାଥିରେ ଯାଇଥିବା ଦୁଇ ଜଣ କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି । ସେହିଭଳି ବିଟ୍ ହାଉସ୍ କର୍ମଚାରୀମାନେ ମଧ୍ୟ ବିଟ୍ ହାଉସ୍ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।










