20.1 C
Bhubaneswar
Saturday, December 20, 2025
Homeଅପରାଧପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା

ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା

ତାଳଚେର : ପ୍ରେମ ପାଇଁ ହତ୍ୟାକାଣ୍ଡ । ଅପହରଣ ପରେ ଯୁବକଙ୍କ ଜୀବନ ନେଇଗଲେ । ଗତ ୫ ତାରିଖରେ ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡ଼ିଛି l ଏହି ଘଟଣାରେ ତାଳଚେର ପୁଲିସ ସିନ ରିକ୍ରିଏସନ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଶାଳଗାଡ଼ିଆ ଗାଁର ଆନନ୍ଦ ନାଏକ ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ବିଭିନ୍ନ ସ୍ଥାନକୁ ନେଇ ତାହାର ସମସ୍ତ ଦୃଶ୍ୟ ଦେଖାଇବା ସହିତ କେମିତି ହତ୍ୟା କରାଯାଇଥିଲା ତାହାର ସମସ୍ତ ବିଷୟରେ ଉପସ୍ଥିତ ପୁଲିସ୍‌ ଅଧିକାରୀଙ୍କୁ ଦେଖାଇଥିଲା।

ସୂଚନା ମୁତାବକ, ଗତମାସ ୨୭ ତାରିଖ ଦିନ ପ୍ରାୟ ସାଢ଼େ ୧ଟାଏ ବେଳେ କୋଲିୟରୀ ଥାନା ଦେଉଳବେଡ଼ା ଗାଁର ଗୁଡ଼ୁ ଓରଫ ବିଶ୍ବଜିତ ନାଏକ ଘରେ ଭାତ ଖାଇ ବସିଥିବା ବେଳେ ତାଙ୍କୁ ଏକ ଫୋନ କରି ଆନନ୍ଦ ହାଟତୋଟାକୁ ଡାକିଥିଲେ। ସେହିଦିନ ସନ୍ଧ୍ୟା ପରେ ମଧ୍ୟ ବିଶ୍ବଜିତ ଘରକୁ ନ ଫେରିବାରୁ ବିଶ୍ବଜିତଙ୍କ ବାପା ବିମଳ ନାଏକ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ୮ ଦିନ ପର୍ଯ୍ୟନ୍ତ ପୁଲିସ୍‌ ବିଶ୍ବଜିତଙ୍କ କୌଣସି ଖୋଜ ଖବର ପାଇନଥିଲା । ପରେ ଚଳିତ ମାସ ୫ ତାରିଖ ଦିନ ତାଳଚେର ଥାନା ଶିବରାମପୁର ଜଙ୍ଗଲ ନିକଟରେ ଏକ ସ୍କୁଟି ସହିତ ଜାତୀୟ ରାଜପଥ କଡ଼ରେ ଥିବା ନାଳରେ ବିଶ୍ବଜିତଙ୍କ ଗଳିତ ମୃତ ପଡ଼ିଥିବା ପୁଲିସ୍‌ ଖବର ପାଇଥିଲା। ପରେ ବିଶ୍ବଜିତଙ୍କ ବାପା ବିମଳ ନାଏକ ଘଟଣା ସ୍ଥଳରେ ପହଞ୍ଚି ବିଶ୍ବଜିତଙ୍କ ପିନ୍ଧା କପଡ଼ା ଏବଂ ପଡ଼ିଥିବା ସ୍କୁଟରକୁ ଦେଖି ଚିହ୍ନଟ କରିଥି‌ଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking