16.1 C
Bhubaneswar
Saturday, December 6, 2025
Homeଓଡିଶାଘରେ କେହି ନଥିବା ବେଳେ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ

ଘରେ କେହି ନଥିବା ବେଳେ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ

ଖୋର୍ଦ୍ଧା: ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁନ ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ଘରେ କେହି ନ ଥିବା ବେଳେ ଯୁବକ ନିଜ ଶୋଇବା ଘର ଫ୍ୟାନରେ ମହିଳାଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଝୁଲି ପଡିଥିଲେ| ଆଜି ସକାଳୁ ପଡୋଶୀ ଚିକୁନଙ୍କୁ କବାଟ ବାଡେଇ ଉଠେଇବା ବେଳେ ଘର ଭିତରୁ ଶବ୍ଦ ଶୁଣା ଯାଇ ନ ଥିଲା | କବାଟ ଭାଙ୍ଗିବା ପରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି | ଖବର ପାଇ ପରିବାର ଲୋକେ ଗାଁରେ ପହଁଞ୍ଚବା ପରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି | ଚିକୁନ ୨୦୨୩ରେ ବିବାହ କରିଥିଲେ | ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି | ଚିକୁନ ବାପା, ମାଆଙ୍କ ଏକମାତ୍ର ପୁଅ ଥିଲେ |ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି | ଚିକୁନ ଭୁବନେଶ୍ୱର ସ୍ଥିତ କୃଷି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ | ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି | ତେବେ ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଜଣା ପଡିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking