କଟକ: ଗୁରୁବାର ଦିନ ଚାଉଳିଆଗଞ୍ଜ ନିକଟସ୍ଥ ଏକ ପୋଲ ଉପରୁ ଜଣେ ଯୁବକ ମହାନଦୀରେ ଖସି ପଡ଼ିଥିଲେ। ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ସତୀଶ ରାଉତ ନାମକ ଯୁବକ ଜଣକ ଚଟିଆର ବାସିନ୍ଦା। ଏକ ସଡ଼କ ଦୁର୍ଘଟଣା ପରେ ସେ ନଦୀରେ ପଡ଼ିଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସସିବି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।










