30.1 C
Bhubaneswar
Saturday, September 28, 2024
Homeଓଡିଶାସମୁଦ୍ରରେ ବୁଡି ଯୁବକ ନିଖୋଜ ଘଟଣା : ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଏସଆରସିଙ୍କ ପକ୍ଷରୁ...

ସମୁଦ୍ରରେ ବୁଡି ଯୁବକ ନିଖୋଜ ଘଟଣା : ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ

ଆର୍ଯ୍ୟପଲ୍ଲୀ : ସମୁଦ୍ରରେ ବୁଡି ଯୁବକ ନିଖୋଜ । ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋଷ୍ଟଗାର୍ଡ଼ଙ୍କୁ ହେଲିକପ୍ଟର ଆଣିବା ପାଇଁ କୁହାଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟ ଜାରି ରଖିବା ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଯୁବକ ଜଣକ ନିଖୋଜ ହୋଇଥିଲେ। ସୂଚନା ଅନୁଯାୟୀ,ବୁଧବାର ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ୪ ରୁ ୫ ଜଣ ଯୁବକ ଗାଧେଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣେ ଯୁବକ ପାଣିରେ ଭାସି ଯାଇଥିଲେ । ଅନ୍ୟ ସାଥିମାନେ ତାଙ୍କୁ ଖୋଜାଖୋଜି କରି ନପାଇବାରୁ ସଂଗେ ସଂଗେ ସୁରକ୍ଷା ବାହିନୀଙ୍କୁ ଖବର ଜଣାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ଖୋଜା ଖୋଜି ଆରମ୍ଭ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଏସଡ଼ିପିଓ ଗୌର ହରି ସାହୁ, ଆର୍ଯ୍ୟପଲ୍ଲୀ ଥାନାକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ବହୁ ପୋଲିସ, ଅଗ୍ନିଶ୍ରମ ଓ ଓଡ୍ରାଫ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ତଦନ୍ତ କରିଥିଲେ । ତେବେ ଏବେ ପର୍ଯ୍ୟନ୍ତ ଯୁବକଙ୍କ ଖୋଜ ଖବର ମିଳିନଥିବାରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking