22.1 C
Bhubaneswar
Monday, March 23, 2026
Homeଓଡିଶାସାପ କାମୁଡାରେ ଯୁବକ ମୃତ

ସାପ କାମୁଡାରେ ଯୁବକ ମୃତ

ଛତ୍ରପୁର: ସାପ କାମୁଡାରେ ଛତ୍ରପୁର ଅଗସ୍ତିନୂଆଗାଁ ଅଞ୍ଚଳର ଡମ୍ବୁରୁ ନାହାକଙ୍କ ପୁତ୍ର ଉତ୍ତମ ନାହାକ(୨୦)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହୁମ୍ବର ପଦରମାଳ ପନିପରିବା ଫସଲରେ ପରିବା ତୋଳିବାକୁ ଆଜି ସକାଳେ ଉତ୍ତମ ଯାଇଥିଲେ। ସେଠାରେ ପରିବା ତୋଳୁଥିବା ସମୟରେ କୌଣସି ଏକ ସାପ ତାଙ୍କୁ କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ସେଠାରେ ଥିବା ବାପା ଡମ୍ବୁରୁ ନାହାକଙ୍କ ସମେତ ସ୍ଥାନୀୟ ଲୋକ ଅଟୋ ସାହାଯ୍ୟରେ ଉତ୍ତମକୁ ଛତ୍ରପୁର ମେଡ଼ିକାଲକୁ ନେଇଥିଲେ । ସେଠାରେ ଉତ୍ତମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା। ଅଗସ୍ତିନୂଆଗାଁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking