କଣିହାଁ: କଣିହାଁ ବ୍ଲକ୍ ରେଙ୍ଗାଳି ଗ୍ରାମର ବିଷ୍ଠ୍ନୁ ସାମଲ (୪୪) ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ରେଙ୍ଗାଳି ଗ୍ରାମର ବିଷ୍ଟ୍ନୁ ସାମଲ ଅପରାହ୍ନ ତିନିଟା ବେଳେ ଘର ପଛପାଖ ପଡିଆକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ପ୍ରାଥମିକ ଚିକତ୍ସା ପରେ ସେଠାରେ ମୃତ ଘୋଷଣା କରିଥିଲେ। ମୃତକଙ୍କ ପୁଅ ସୋମ୍ୟାଜିତ ସାମଲ (୧୬)ଙ୍କ ଅଭିଯୋଗ ଆଧାରରେ ରେଙ୍ଗାଳି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଲଲହଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୁତଦେହ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ବିଶ୍ୱମ୍ବର ପ୍ରଧାନ ପ୍ରକାଶ କରିଛନ୍ତି।










