29.1 C
Bhubaneswar
Monday, February 9, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ତରଭା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଘଟଣା ଜଣାପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥପୁର – ଟିକରପଡ଼ା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଅଭୟାରଣ୍ୟର ଟିକରପଡା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।ସକାଳେ ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।  ପୁରୁଣାକୋଟ ପୁଲିସ ସହିତ ପମ୍ପାସର ଡେପୁଟି ରେଞ୍ଜର ଡିଲେଶ୍ଵର ନାୟକ ତରଭା ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ପୁରୁଣାକୋଟ ଓ ଟିକରପଡ଼ା ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking