22.1 C
Bhubaneswar
Wednesday, March 4, 2026
Homeଓଡିଶାବସ୍‌ ଧକ୍କାରେ ଯୁବକ ମୃତ

ବସ୍‌ ଧକ୍କାରେ ଯୁବକ ମୃତ

ଭୁବନେଶ୍ଵର: ଯୁବକଙ୍କ ଚାପି ଦେଲା କଲେଜ ବସ୍। କଲେଜ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ଵର ଘାଟିକିଆ ନୂଆଗାଁ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘରୋଇ କଲେଜ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ୍ କରିଥିବା ଦେଖିବାକୁ ମିଳିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking