25.1 C
Bhubaneswar
Wednesday, March 25, 2026
Homeଓଡିଶାବାଇକ ଦୁର୍ଘଟଣାରେ ଯୁବକ ମୃତ

ବାଇକ ଦୁର୍ଘଟଣାରେ ଯୁବକ ମୃତ

ବାଙ୍ଗିରିପୋଷି : ବାଇକ ଦୁର୍ଘଟଣାରେ ଯୁବକ ମୃତ। ମୃତ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୋରିଷପାଳ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର ମାହା ଲୋହାରଙ୍କ ପୁଅ ଛୋଟରାୟ ଲୋହାର ।

ସୂଚନା ମୁତାବକ, ଛୋଟରାୟ ଭୁବନେଶ୍ବରରେ ଚାକିରି କରୁଥିବାବେଳେ ପୂଜା ଛୁଟିରେ ଘରକୁ ଆସିଥିଲେ। କୌଣସି କାମରେ ନିଜର ଜଣେ ବନ୍ଧୁ ସୁକୁଲାଲ ସୋରେନଙ୍କ ସହ ବାଙ୍ଗିରିପୋଷି ଆସିଥିଲେ। ଏକ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ବାଙ୍ଗିରିପୋଷି ବଜାର ନିକଟସ୍ଥ କଲିକତା ଛକଠାରେ ଅନ୍ୟ ଏକ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଛୋଟରାୟଙ୍କ ମୃତ୍ୟ ଘଟିଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀମାନେ ବାଇକ ଛାଡି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking