26.1 C
Bhubaneswar
Thursday, January 15, 2026
Homeଓଡିଶାଜଳପ୍ରପାତରେ ଗୋଡ ଖସି ଯୁବକ ମୃତ

ଜଳପ୍ରପାତରେ ଗୋଡ ଖସି ଯୁବକ ମୃତ

କୋରାପୁଟ: ସେଲଫି ହେଲା କାଳ । ଜଳପ୍ରପାତରେ ଗୋଡ ଖସି ଯୁବକ ମୃତ । କୋରାପୁଟ ଜିଲ୍ଲାର ତାଲାମିଟିଂ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ମୃତ ଯୁବକଙ୍କୁ ଦଶମନ୍ତପୁର ବ୍ଲକର ଗଡିଆଗୁଡା ପଞ୍ଚାୟତ ଅନ୍ତର୍ଗତ ପାଇକ ପୁକି ଗ୍ରାମର ବାବୁଲା ଖରା ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ପାଞ୍ଚ ଜଣ ସାଙ୍ଗ ତିନୋଟି ବାଇକ୍‌ରେ କୋରାପୁଟ ଜିଲ୍ଲାର ତାଲାମିଟିଂ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ବାବୁଲା ସେଲଫି ଉଠାଇବା ପାଇଁ ଏକ ପଥର ଉପରେ ଚଢିଥିଲେ । କିନ୍ତୁ ହଠାତ୍ ତାଙ୍କ ଗୋଡ ଖସି ଯିବାରୁ ସେ ପ୍ରାୟ ୨୦ ଫୁଟ ତଳକୁ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଲକ୍ଷ୍ମୀପୁର ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂତ୍ର ଅନୁଯାୟୀ ବାବୁଲା ସେମିଲିଗୁଡ଼ାର ଏକ ହୋଟେଲରେ କାମ କରୁଥିଲେ। ଏହି ଘଟଣା କୋରାପୁଟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking