25.1 C
Bhubaneswar
Thursday, February 5, 2026
Homeଓଡିଶାବାଲିମାଫିଆଙ୍କୁ ତାଗିଦ ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲା ଯୁବ କଂଗ୍ରେସ 

ବାଲିମାଫିଆଙ୍କୁ ତାଗିଦ ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲା ଯୁବ କଂଗ୍ରେସ 

ଯାଜପୁର: ଯାଜପୁର ଜିଲ୍ଲାର କୋରାଇବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣୀ ଶିବିରରେ କୋରାଇ ଯୁବକଂଗ୍ରେସ ପକ୍ଷରୁ ବିଜୟ କୁମାର ବୋଇତାଇ,ଅମିତ୍ କୁମାର ଜେନା,ନିରଞ୍ଜନ ନାୟକ,ରବିପ୍ରକାଶ ନାୟକ,ସତ୍ୟପ୍ରକାଶ କୁଅଁର,ସଞ୍ଜୟ ନାୟକ ପ୍ରମୁଖ ଜିଲ୍ଲାପାଳ ଅମ୍ୱର କୁମାର କରଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା,ଯାହାକି କୋରାଇବ୍ଲକ୍ ଅଧୀନରେ ଥବା ବୈତରଣୀ ନଦୀ କୂଳରୁ ବେଆଇନ ଭାବେ ମେସିନ୍ ଦ୍ଵାରା ବାଲି ଉଠାଣ କରି ଶହ ଶହ ଭାରିଯାନ ବୋଝେଇ ଟ୍ରକ୍ ବୈତରଣୀରୋଡ ଠାରୁ ଭାୟା ତାରାକୋଟ ଦେଇ ମେଡିକାଲ ସମ୍ମୁଖ ମିନାବାଜାର ରାସ୍ତାରେ ଭାରିଜାନ ଗୁଡ଼ିକ ଯିବାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ବିଶେଷକରି ଡାକ୍ତରଖାନାକୁ ଆସୁଥିବା ଆମ୍ବୁଲାନ୍ସ,ସ୍କୁଲ, କଲେଜ୍ କୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି,ଏଠାରେ ସୂଚନା ଯୋଗ୍ୟ ଏହି ନଦୀ ବାଲିଘାଟ ଗୁଡିକରୁ ଯଥା – ରଣପୁର,ମୁକୁନ୍ଦପୁର,ଗମ୍ଭାରିଆ ଓ ନିସଂଗପୁର ଘାଟ ଗୁଡିକରେ ସରକାରଙ୍କର କୌଣସି ଅନୁମତି ନଥାଇ କିମ୍ବା ସିୟା, ଟିପି ଓ ପଲୁସନ୍ ର ଅନୁମତି ନଥାଇ ବାଲିମାଫିଆ ମାନେ ବେଧଡକରେ ଏହି ବାଲି ପଶ୍ଚିମବଙ୍ଗ ରପ୍ତାନି କରି ମାଲାମାଲ ହେଉଛନ୍ତି ବୋଲି ଅଭିଯୋଗ କାରି ମାନେ ଏଠାରେ ଉଲ୍ଲେଖ କରିଛନ୍ତି ।ଏପରିକି ଜିଲ୍ଲାପାଳଙ୍କ ଏସ୍.ଓ.ପି ଜାରୀ ଏକ ପ୍ରହସନ ସହିତ କୋଟି କୋଟି ଟଙ୍କାର ରାଜସ୍ବ ହାନି କରିବା ଘଟଣା ବାଲିମାଫିଆ ମାନଙ୍କୁ ଅଧିକ ସକ୍ରୀୟ କରିଛି,ଜିଲ୍ଲାପାଳଙ୍କ ସମ୍ମୁଖରେ ଆଉ ଏକ ଅଭିଯୋଗରେ ମଧ୍ୟ ମୁକୁନ୍ଦପୁର ଗ୍ରା.ପ ଅଧିନସ୍ଥ କଡମୀୟା ଗାଁର ଜନୈକ ବିଧବାବୃଦ୍ଧା ଡାଳିମ୍ବ ମହାପାତ୍ରଙ୍କୁ ୯୦ ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ବୃଦ୍ଧି ଟ.୩୫୦୦.୦୦ ନ ମିଳିବା ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧକରି ଏକ ଅଭିଯୋଗପତ୍ର କୋରେଇ ଯୁବକଂଗ୍ରେସ ପକ୍ଷରୁ ଦାଖଲ କରାଯାଇଥିଲା।ଜିଲ୍ଲା ପାଳ ଅଭିଯୋଗ ପତ୍ର ଉପରେ ଦୁଢ ପଦ କ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ନିର୍ଦେଶ ଦେଇ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking