ଭୁବନେଶ୍ୱର: ଯୁବ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ । ବାସଭବନ ଘେରାଉ ପାଇଁ ଯୁବ କଂଗ୍ରେସ ଦଳ ଗଲାବେଳେ ଅଧାବାଟରେ ଅଟକାଇଲା ପୋଲିସ । ଧଉଳି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଯୁବ କଂଗ୍ରେସ ଅଣ୍ଡା ମାଡ କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତା ସହିତ ରାଜ୍ୟରେ ଯେତେ ମହିଳାଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହେଉଛି ସେଥିପାଇଁ ରାଜ୍ୟ ସରକାରଙ୍କୁ ଏବଂ ଗୃହ ବିଭାଗକୁ ଦାୟୀ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ଅପାରଗ ମୁଖ୍ୟମନ୍ତ୍ରୀ ଏଭଳି କିଛି ନାରାବାଜି ଦେଇଛନ୍ତି ଯୁବ କଂଗ୍ରେସ କର୍ମୀ । ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ୨୦ରୁ ୨୫ ଜଣ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।









