18.1 C
Bhubaneswar
Saturday, December 20, 2025
Homeଓଡିଶାବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଦେଓଗାଁ: ବ୍ରିଜ ଉପରୁ ଡେଇଁ ଯୁବକଙ୍କର ଆତ୍ମହତ୍ୟା। ଶୋନଗଡ଼ ନଦୀ ବ୍ରିଜରୁ ଡେଇଁ ଆତ୍ମହତ୍ୟା। ସକାଳେ ସିକୁଆ ବ୍ରିଜ ତଳେ ପଡ଼ିଥିଲା ଶବ। ଦେଓଗାଁ ଥାନା ସିକୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ସୀକୁଆ ଗାଁର ବରୁଣ କୁମୁରିଆ (୨୯) ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଯୁବକ  ଜଣକ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ।ଦେଓଗାଁ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଛି। ଏନେଇ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର  ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking