ଲାଞ୍ଜିଗଡ଼: ଗଛରେ ଦଉଡି ଦେଇ ଯୁବକଙ୍କ ଆତ୍ମହତ୍ୟା। କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ଆଶ୍ରମପଡାଠାରେ ବସନ୍ତ ମୁଣ୍ଡା ନାମକ ଜଣେ ବ୍ୟକ୍ତି(୪୨) ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ପରିବାର ଲୋକେ ଲାଞ୍ଜିଗଡ ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଡୋଳାମଣି ବିଶି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।