19.1 C
Bhubaneswar
Sunday, February 8, 2026
Homeଅପରାଧନାବାଳିକାକୁ ଜିଅନ୍ତା ଜାଳିଦେଲା ଯୁବକ

ନାବାଳିକାକୁ ଜିଅନ୍ତା ଜାଳିଦେଲା ଯୁବକ

ମୁମ୍ୱାଇ: ପୁଣି ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରେମରେ ସଫଳ ନ ହେବାରୁ ୧୭ ବର୍ଷୀୟ ନାବାଳିକ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଯୁବକ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା କି ପ୍ରେମ ପାଇଁ ଯୁବତୀ ଜଣକ ବିରୋଧ କରୁନଥିଲେ। ବରଂ ଯୁବତୀଙ୍କ ମା ନାବାଳିକା ପାଖରୁ ଦୂରେଇ ରହିବା ପାଇଁ ଯୁବକ ଜଣଙ୍କୁ ଧମକ ଦେଇଥିଲେ। ଆଉ ଶେଷରେ ଅଭିଯୁକ୍ତ ଜଣଙ୍କ ଚରମ ନିଷ୍ପତ୍ତି ନେଲା। ସାଙ୍ଗ ମାନଙ୍କ ସହ ବସିଥିବା ବେଳେ ସିଧା ଆସିଲା ଆଉ ପେଟ୍ରୋଲ ଢାଳି ଯୁବତୀଙ୍କ ଉପରେ ନିଆଁ ଲଗାଇଦେଲା। ତେବେ ଏପରି ଏକ ବର୍ବର କାଣ୍ଡ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅନ୍ଧେରି ଅଞ୍ଚଳରେ। ରାତ୍ରି ଭୋଜନ ସାରି ଜଣେ ୧୭ ବର୍ଷୀୟ ନାବାଳିକା ନିଜ ଘର ପାଖରେ ସାଙ୍ଗ ମନାଙ୍କ ସହ ବସିଥିଲେ। ହେଲେ ହଠାତ୍ ଜଣେ ୩୦ ବର୍ଷୀୟ ଯୁବକ ସେମାନଙ୍କ ପାଖକୁ ଆସିଲେ।

ଆଉ କେହି କିଛି ବୁଝିବା ଆଗରୁ ୧୭ ବର୍ଷୀୟ ନାବାଳିକାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାକୁ ଲାଗିଲେ ଯୁବତୀ ଜଣଙ୍କ। ଝିଅ ଦେହରେ ନିଆଁ ଲାଗିବା ଦେଖି ଜଣେ ସାଙ୍କ ଯାଇ ପୀଡିତାଙ୍କ ଘରେ ଖବର ଦେଇଥିଲେ। ଘରଲୋକ ତୁରନ୍ତ ନାବାଳିକା ଜଣଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୂଚନାନୂସାରେ ଝିଅର ପାଖାପାଖି ୬୦ ପ୍ରତିଶତ ଅଂଶ ପୋଡିଯାଇଛି। ମୁହଁ, ବେକ, ପେଟ, ହାତ ଏବଂ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏବେ ପୀଡିତାଙ୍କ ଅବସ୍ଥା ଗମ୍ଭୀର ରହିଛି ଏବଂ ସେ କଥା କହି ପାରୁନାହାଁନ୍ତି।

ସେ ଏବେ କୁପର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଘଟଣା ହେଉଛି ଅଭିଯୁକ୍ତ ଯୁବକ ଓ ପୀଡିତା ଯୁବତୀ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ଏହାକୁ ବିରୋଧ କରୁଥିଲେ ଝିଅର ମା’। ସେଥିପାଇଁ ଝିଅଠାରୁ ଦୂରେଇ ରହିବାକୁ ଯୁବକ ଜଣଙ୍କୁ ତାଗିଦ କରିଥିଲେ। ଏବଂ ତାଙ୍କ ଝିଅର ଆଖପାଖରେ ବି ଦେଖା ନଯିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଯାହା ଫଳରେ ଚରମ ନିଷ୍ପତ୍ତି ନେଇଗଲା ଯୁବକ ଜଣଙ୍କ। ଆଉ ଭାବିଲା ଯଦି ସିଏ ତାର ନହବ ତାକୁ ଆଉ କାହାର ଡବି ହେବାକୁ ଦବେନି। ତେଣୁ ହତ୍ୟା ଉଦ୍ଦେଶ୍ୟରେ ଝିଅ ଉପରେ ପୋଟ୍ରୋଲ ଢାଳି ନିଆଁ ଲଗାଇ ଦେଲା। ଏହାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking