19.1 C
Bhubaneswar
Wednesday, December 25, 2024
Homeଓଡିଶାଦଶ ଲକ୍ଷ ଯୁବକଙ୍କୁ ସଦସ୍ୟ କରିବା ଲକ୍ଷ୍ୟ ନେଇ ଡିଜିଟାଲ କର୍ମଶାଳା ଆରମ୍ଭ କଲା ଯୁବ...

ଦଶ ଲକ୍ଷ ଯୁବକଙ୍କୁ ସଦସ୍ୟ କରିବା ଲକ୍ଷ୍ୟ ନେଇ ଡିଜିଟାଲ କର୍ମଶାଳା ଆରମ୍ଭ କଲା ଯୁବ ବିଜେଡି

– ବିଜେଡି ଏବେ ବି ରାଜ୍ୟର ଶ୍ରେଷ୍ଠ ଲୋକପ୍ରିୟ ଦଳ
– ଅଧିକରୁ ଅଧିକ ଯୁବବର୍ଗଙ୍କୁ ସଦସ୍ୟ କରିବା ଲକ୍ଷ୍ୟ
– ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ଆଜି ବିଜୁ ଯୁବ ଜନତା ଦଳ ତରଫରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ବିଜୁ ଯୁବ ଜନତା ଦଳର ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ମୁଜିବୁଲା ଖାନ, ଶ୍ରୀ ସୁବାଶିଷ ଖୁଣ୍ଟିଆ, ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓ ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ବିଜୟ ନାୟକ ଇତ୍ୟାଦି ନିଜର ବକ୍ତବ୍ୟ ରଖି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଚବିଶ ବର୍ଷ ଶାସନ କାଳରେ ରାଜ୍ୟରେ ଅନେକ ପ୍ରଗତି ହୋଇଛି ବୋଲି କହିଥିଲେ। ବିଜୁ ଜନତା ଦଳ ଗତ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ସମୁଦାୟ ଭୋଟ ହାସଲରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଲଢେଇ କରୁଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଲଢେଇ ଜାରି ରଖିବ ବୋଲି କହିଥିଲେ।

ଏହି କାର‌୍ୟ୍ୟକ୍ରମରେ, ୫୦୦ରୁ ଅଧିକ ବିଜୁ ଯୁବ ଜନତା ଦଳର ସଦସ୍ୟ ଭାଗ ନେଇଥିଲେ ଓ ଆରମ୍ଭ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନ କାର‌୍ୟ୍ୟକ୍ରମକୁ ବ୍ୟାପକ କରିବା ସହିତ ଦଶ ଲକ୍ଷ ଯୁବକଙ୍କୁ ନୂତନ ସଭ୍ୟ କରିବା ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ବୈକୁଣ୍ଠ ନାୟକ, ସୋଫିଆ ଆଲାମ, ଶ୍ରୀ ସତ୍ୟଜିତ ପଟ୍ଟନାୟକ,ତାରିଣୀ ପ୍ରସାଦ ନାୟକ, ରଶ୍ମୀରଂଜନ ଦାସ, ଆଶୀଷ ସାହୁ, ଦିଲ୍ଲୀପ ସେନାପତି, ଅବ୍‌ତାଭ ଆଲାମ୍ ଖାନ୍‌, ଶ୍ରୀ ବିଜୟ କେତନ ସାହୁ, ବାସୁଦେବ ଶାହ,  ଶୁଭ୍ରଜିତ ପାଢୀଙ୍କ ସହ ସମସ୍ତ ସାଙ୍ଗଠନିକ ଜିଲ୍ଲାର ଯୁବ ସଭାପତି, ବ୍ଲକ ସଭାପତି, ଏନ୍‌ଏସି ସଭାପତି, ମ୍ୟୁନିସପାଲିଟି ସଭାପତି ଓ ବିଜୁ ଯୁବ ଜନତା ଦଳର ପ୍ରମୁଖ ପଦାଧିକାରୀଙ୍କୁ ଡିଜିଟାଲ ସଦସ୍ୟ ଗ୍ରହଣ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking