21.1 C
Bhubaneswar
Wednesday, February 11, 2026
Homeଓଡିଶାନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ବର: ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ । ଭୁବନେଶ୍ବର ଉପକଣ୍ଠ ଉତ୍ତରା ନିକଟରେ ଥିବା ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆ ଯାଇଥିବା ଅଭିଯୋଗ । ମୃତ ଯୁବକ ହେଲେ ୨୫ ବର୍ଷୀୟ ଶୁଭାଶିଷ ନାୟକ ।ଶୁଭାଶିଷଙ୍କ ବାପା ନବକୃଷ୍ଣ ନାୟକ ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ପିପିଲି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଘର ଭୁବନେଶ୍ୱରରେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking