15.1 C
Bhubaneswar
Tuesday, December 9, 2025
Homeଓଡିଶାଯୁବକଙ୍କୁ ପିଟିପିଟି ହତ୍ୟା

ଯୁବକଙ୍କୁ ପିଟିପିଟି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ନେଇ ମିଳିଛି ସୂଚନା । ମୃତ ଯୁବକ ଜଣକ ଢେଙ୍କାନାଳ ଜିଲ୍ଲାର ଫର୍ଜଙ୍ଗ ଥାନା ଆମ୍ବପଳାସ ଗାଁ ଗଙ୍ଗାଧରପୁର ସାହିର କାବୁ ନାଏକ (୪୪) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ମୃତ କାବୁ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲେ । ହେଲେ ଗତକାଲି ରାତିରେ ତାଙ୍କୁ କେତେକ ଦୁର୍ବୃତ୍ତ ପିଟି ପିଟି ମାରି ଦେଇଥିବା ନେଇ ଜଣା ପଡିଛି । ଏତିକିରେ ମନ ଭରିଲାନି ଯେ ତାଙ୍କ ମୁଣ୍ଡରେ ପଥର ଛେଚି ବିକୃତ କରିଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking