23.1 C
Bhubaneswar
Saturday, February 14, 2026
Homeଓଡିଶାଯୁବକଙ୍କୁ ପିଟି ମାରିଦେଲେ, ୨୦ ଗିରଫ

ଯୁବକଙ୍କୁ ପିଟି ମାରିଦେଲେ, ୨୦ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଳ ଗାଁରେ ଚୋରି ଅଭିଯୋଗରେ ଗ୍ରାମବାସୀ ଜଣେ ଯୁବକଙ୍କୁ ନିସ୍ତୁକ ପିଟିବା ଓ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ତଟମା ଗାଁର ବେଣୁଧର ପ୍ରଧାନ। ସେ ଦୀର୍ଘ ବର୍ଷ ହେଲା କୁରୁମୁଙ୍ଗିଆ ଗାଁରେ ରହି ଆସୁଥିଲେ। ଆଜି ସକାଳେ ଖବର ପାଇ ଭଞ୍ଜନଗର ପୁଲିସ ଗାଁରେ ପହଞ୍ôଚ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁରେ ଜଣଙ୍କ ଘରର କବାଟ ଭାଙ୍ଗି ଜଣେ ଯୁବକ ଚୋରି କରୁଥିବା ବେଳେ ଅନ୍ୟ ଜଣେ ଚୋର ବାହାରେ ଅପେକ୍ଷା କରିଥିଲେ। ତେବେ ଗାଁ ଲୋକେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଚୋରକୁ ଧରିବା ପରେ ଦଉଡ଼ି ସାହାଯ୍ୟରେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାରପିଟ୍ କରି ଗୁରୁତର କରିଦେଇଥିଲେ। ଖବର ପାଇ ପୁଲିସ ଘଟଣାର ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚୋରକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି । ଚୋରି କାର୍ଯ୍ୟରେ ବ୍ୟବହୁତ କିଛି ଲୁହା ରଡ଼, ଲାଠି ଓ ରସିକୁ ପୁଲିସ୍ ଜବତ କରି ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଛାତରୁ ଡେଇଁ ଚୋର ଗୁରୁତର ହୋଇଥିବା କଥା ଗାଁ ଲୋକେ କହିଛନ୍ତି। ତେବେ ମୃତକଙ୍କ ପରିବାର ପକ୍ଷରୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତି କରି ଭଞ୍ଜନଗର ପୁଲିସ୍ ଗାଁରେ ପହଞ୍ଚି ୩୦ରୁ ଅଧିକ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଥିଲା। ଗାଁରେ ପୁଲିସ୍ ଛାଉଣୀ ହୋଇଥିବା ବେଳେ ଗାଁ ସାରା ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ଏହି ଘଟଣାରେ ଭଞ୍ଜନଗର ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୨୦ ଜଣ ଗିରଫ ହୋଇଥିବା ନେଇ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking