31.1 C
Bhubaneswar
Friday, March 27, 2026
Homeଓଡିଶାଘରେ ଶୋଇଥିବା ବେଳେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଇଚ୍ଛାପୁର ସାନ ଫଟକ୍ଷମୁଣ୍ଡାରେ ଯୁବକଙ୍କୁ ଭୁଜାଲି ମାଡ । ଗୁରୁତର ଯୁବକଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ହସ୍ପିଟାଲରେ ଚିକିତ୍ସାପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ସାନ ଫଟାକ୍ଷମୁଣ୍ଡା ଗ୍ରାମର ଗୋଲାପ ଭାଇ ବୋଲି ଜଣାପଡିଛି । ଡୁଙ୍ଗୁରିପାଲି ପୋଲିସ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଘରେ ଶୋଇଥିବା ବେଲେ ତିନି ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଛନ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିଲା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାକୁ ନେଇ ପୋଲିସ କାହାରିକୁ ଧରାଯାଇପାରିନଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking