17.1 C
Bhubaneswar
Tuesday, February 3, 2026
Homeଓଡିଶାଦାଦାବଟିକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ଓ ଗାଡି ଭଙ୍ଗା ରୁଜା

ଦାଦାବଟିକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ଓ ଗାଡି ଭଙ୍ଗା ରୁଜା

ପୁରୀ: ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ଓ ଗାଡି ଭଙ୍ଗା ରୁଜା। ଏନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲକ୍ଷ୍ମୀ ନାରାୟଣ ପୁର ପାରି ଜଅଂର ଗ୍ରାମର ତେଜସ୍ବିନୀ ପାତ୍ର ।ଅଭିଯୋଗ ଅନୁସାରେ ୧୪/୧୫ ଜଣ ଯୁବକ ସନ୍ଧ୍ୟା ସମୟରେ ମହିଳାଙ୍କ ଘର ସମ୍ମୁଖରେ ଗାଡି ଗୁଡିକୁ ଭଙ୍ଗା ରୁଜା କରିବା ସହିତ ଘର ଝରକା କାଚ ଭାଙ୍ଗି ଥିଲେ। ଏହାର ପ୍ରତିବାଦ କରିବା ରେ ତାଙ୍କ ଦିଅର ବାଦଲ ବସ୍ତିଆ ଙ୍କୁ ଦୁବୁତ୍ତ ମାନେ ଆକ୍ରମଣ କରିଥିବା ନେଇ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ପରି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି ତାଙ୍କ ମୁଣ୍ଡ ଓ ପାଦରେ ଗଭୀର ଆଘାତ ଲାଗିଛି।ଆକ୍ରମଣ ର କାରଣ ଦାଦାବଟି ବୋଲି ଅଭିଯୋଗ କରାଯାଇଛି।ଫେରାର ଅଭିଯୁକ୍ତ ଙ୍କ ପାଇଁ ପୁରା ପାରିବାର ଭୟଭୀତ ଥିବା ବେଳେ ତୁରନ୍ତ ସେମାନଙ୍କୁ ଗିରଫ କରିବା କୁ ଅଭିଯୋଗକାରିଣୀ ପୋଲିସ୍ ନିକଟରେ ଦାବୀ କରିଛନ୍ତି।।ପିପିଲି ପୋଲିସ ଅଭିଯୋଗ କୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking