14.1 C
Bhubaneswar
Monday, December 8, 2025
Homeଓଡିଶାଟ୍ରାଫିକ୍ ପୁଲିସଙ୍କ ଅତ୍ୟାଚାର ବିରୁଦ୍ଧରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

ଟ୍ରାଫିକ୍ ପୁଲିସଙ୍କ ଅତ୍ୟାଚାର ବିରୁଦ୍ଧରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଆଜି ଭୁବନେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଟ୍ରାଫିକ୍ ଥାନା- ୧ (ଭୁବନେଶ୍ଵର) ଠାରେ ଭୁବନେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଟ୍ରାଫିକ୍ ପୁଲିସର ମାତ୍ରାଧ‌ିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିବାଦ କରାଯାଇଥିଲା। ଗତ ୧ ୧୧ ତାରିଖ ଦିନ ଦିପନ୍ବିତା ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଏକ କାର ଯୋଗେ ସ୍କୁଲରୁ ଘରକୁ ଫେରୁଥିଲେ । ଝିଅଟି ଗୋଟେ ଶିଶୁ । କାର ଡ୍ରାଇଭର ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଟ୍ରାଫିକ୍ ଥାନା (୧)ର କର୍ମଚାରୀ କାର ଡ୍ରାଇଭରକୁ ଅଟକ ରଖୁଥିଲେ । ସେହି ମହିଳାଙ୍କ କହିବା ଅନୁଯାୟୀ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଓ ଅନ୍ୟ କର୍ମଚାରୀ ପ୍ରଣବ କୁମାର ଟୁଡ଼ୁ ବିନା ଇ-ଚାଲାଣରେ ଜୋରିମନା ବାବଦକୁ ନଗତ ଅର୍ଥ ପୈଠ ପାଇଁ ଦାବି କଲେ । ଗାଡ଼ିକୁ ଛାଡ଼ିଲେ ନାହିଁ ।

ଏଠାରେ ପ୍ରସଙ୍ଗ ହେଉଛି ଗାଡ଼ି ଭିତରେ ୭/୮ ବର୍ଷ ଶିଶୁ ଛାତ୍ରୀ ନିର୍ଧୂମ ଖରାରେ ଏକା ଛଟ ପଟ ହେଉଥିଲା । ଟ୍ରାଫିକ୍ ପୁଲିସ ସେ ସେହି ଛାତ୍ରୀର ସୁରକ୍ଷା କିମ୍ବା ଜୀବନ ପ୍ରତି ଧ୍ୟାନ ଦେଲେ ନାହିଁ । ସେ ସ୍କୁଲରୁ ଫେରୁଥିବାରୁ ଭୋକ ଉପାଷରେ ଆଉଟୁ ଟୁ ପାଉଟୁ ହୋଇ ଛଟପଟ ହେଉଥିଲା। ଖରାରେ ୧ ଘଣ୍ଟା ସେହି ନିରୀହ ଶିଶୁକୁ ସିଝିବାକୁ ପଡ଼ିଥିଲା । ଏ ପଟେ ସେହି ଡ୍ରାଇଭର ସେହି ଶିଶୁର ଅବସ୍ଥା କଥା କହିଲେ ମଧ୍ୟ ଥାନା ଅଧିକାରୀ ଶୁଣିନଥିଲେ। ଘଣ୍ଟାଏ ପରେ ଅଭିଭାବକ ଆସି ୫୦୦ ଟଙ୍କା ପୈଠ କରିବା ପରେ ଗାଡ଼ି ଛଡ଼ାଯାଇଥୁଲା । ଏଠାରେ ପ୍ରଶ୍ନ ଉଠୁଚି ଯେ ସେହି ଥାନା ଅଧୁକାରୀଙ୍କ ପାଇଁ ଶିଶୁଟିର ଜୀବନ ବଡ଼ ନାଁ ଜୋରିମାନା ବଡ଼ ? ସୁତରାଂ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଥାନା ଅଧିକାରୀ ଶ୍ରୀ ରାଣାଙ୍କୁ ଏବଂ ଏଥିରେ ଥିବା ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ । ତୁରନ୍ତ ଥାନା ଅଧିକାରୀଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି । ଏହି ଟ୍ରାଫିକ ଅଧୁକାରୀ ଶ୍ରୀ ରାଣାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ମଧ୍ୟ ମାମଲା ଦାୟର କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର, ୟାସିର ନଓ୍ୱାଳ, ଉଦିତ୍ ପ୍ରଧାନ, ସୁଦିପ ସାମଲ, ମନୋଜ ବିଶ୍ଵାଳ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ମହମ୍ମଦ ପରଭେଜ, ସନ୍ଦନ ସ୍ୱାଇଁ, ସତ୍ୟଜିତ ପଟ୍ଟନାୟକ ଓ ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଧାରଣାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking