27.1 C
Bhubaneswar
Wednesday, February 4, 2026
Homeଓଡିଶାଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଚାଟରା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବକ ଚାଟରା ଗାଁର ବାସୁଦେବ ଦାସ । ସଦର ଥାନାରେ ଏତଲା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । କ୍ଷତି ପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀମାନେ ହାଟ ବଜାର ଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଉତ୍ତେଜନା ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସକୁ ମୃଦୁ ଲାଠି ଚାଳନା କରିଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଏସପି ସତ୍ୟବ୍ରତ ଦାସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଅଭିଯୋଗ ମୁତାବକ ୩ ଦିନ ପୂର୍ବେ ବାସୁଦେବଙ୍କ କେତେକ ଯୁବକଙ୍କ ସହିତ ଗଣ୍ଡଗୋଳ ଘଟିଥିଲା । ବାସୁଦେବ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପରେ ବାସୁଦେବ ଘରକୁ ଫେରିଥିବା ବେଳେ ଗତ ରାତିରେ ପୁନଶ୍ଚ ଅସୁସ୍ଥ ହୋଇ ପଡିବା କାରଣରୁ ବାସୁଦେବ ଘରକୁ ଫେରିଥିବା ବେଳେ ଗତ ରାତିରେ ପୁନଶ୍ଚ ଅସୁସ୍ଥ ହୋଇ ପଡିବା କାରଣରୁ ବାସୁଦେବକୁ ମେଡିକାଲ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking