32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଜୀବନ ହାରିବାକୁ ଯାଇଥିଲେ ଯୁବତୀ, ଶେଷରେ କ’ଣ ହେଲା ଜାଣନ୍ତୁ..

ଜୀବନ ହାରିବାକୁ ଯାଇଥିଲେ ଯୁବତୀ, ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ନିଜ ଜୀବନକୁ ଶେଷ କରିବାକୁ ଚାହୁଁଥିଲେ ଯୁବତୀ । ସେଥିପାଇଁ ପ୍ଲାନିଂ ମଧ୍ୟ କରିସାରିଥିଲେ । ଆଉ ଏଥିପାଇଁ ଟ୍ରେନ ଟ୍ରାକକୁ ମଧ୍ୟ ଯାଇଥିଲେ । ହେଲେ ଟ୍ରାକରେ ବସି ଟ୍ରେନକୁ ଅପେକ୍ଷା କରିଥିବା ବେଳେ ସୁଲୁସୁଲୁ ଥଣ୍ଡା ପବନ ପାଇବାରୁ ସେଠାରେ ଶୋଇପଡିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଏଭଳି ଘଟଣା ବିହାରରେ ଦେଖିବାକୁ ମିଳିଛି । ଖବର ମୁତାବକ, ଯୁବତୀ ଜଣକ ନିଜକୁ ଶେଷ କରିବାକୁ ଚିନ୍ତା କରି ବିହାରର ଚକିୟା ଷ୍ଟେସନକୁ ଯାଇଥିଲେ ।

https://x.com/jhasureshjourno/status/1833407117593858171?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1833407117593858171%7Ctwgr%5E936cdcd91c030f42f5b8f330ee19c05a41d2255a%7Ctwcon%5Es1_c10&ref_url=https%3A%2F%2Fknewsodisha.com%2Fnation-and-world%2Fgirl-lying-on-railways-track-to-commit-suicide-fell-asleep-watch-video-650392

ସେଠାରେ ଟ୍ରାକରେ ବସି ଟ୍ରେନକୁ ଆସିବାକୁ ଅପେକ୍ଷା କରିଥିଲେ । କିନ୍ତୁ ସେଠାରେ ବସିଥିବା ବେଳେ ଥଣ୍ଡା ପବନ ହେଉଥିବାରୁ ଯୁବତୀ ଜଣକ ଟ୍ରାକରେ ଶୋଇପଡିଥିଲେ । ଯାହାର ଭିଡିଓ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି କି, ଡ୍ରାଇଭର ଏମରଜେନ୍ସୀ ବ୍ରେକ ଲଗାଇବା ପରେ ଟ୍ରେନ ଯୁବତୀଙ୍କ ମୁଣ୍ଡ ଠାରୁ କିଛି ଇଞ୍ଚ ଦୂରରେ ରହିଯାଇଥିଲା । ଆଉ ଅଳ୍ପକେ ବର୍ତ୍ତିଯାଇଥିଲେ । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଘରକୁ ଆଣିଥିଲେ । ତେବେ ଯୁବତୀଙ୍କୁ ସ୍ଥାନୀୟ ଲୋକ ଭିଡି ଆଣିଥିଲେ । କିନ୍ତୁ ଯୁବତୀ ଜଣକ ଟ୍ରାକରୁ ହଟିବା ପାଇଁ ମନା କରିଦେଇଥିଲେ । ଯୁବତୀ ଜଣକ କହିଥିଲେ, ଆପଣ ମୋତେ ଛାଡି ଦିଅନ୍ତୁ, ଆପଣ ମୋତେ ବଞ୍ଚାଇବାର କିଛି ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking