19.1 C
Bhubaneswar
Sunday, January 11, 2026
Homeଓଡିଶାଯୁବତୀଙ୍କୁ ଛୁରୀଭୁସି ହତ୍ୟା

ଯୁବତୀଙ୍କୁ ଛୁରୀଭୁସି ହତ୍ୟା

ସୁନ୍ଦରଗଡ଼: ଯୁବତୀଙ୍କୁ ଛୁରୀଭୁସି ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିନସ୍ଥ କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ଗୋବିରା ଗିର୍ଜାଟୋଲା ବସ୍ତିରେ ଘଟିଛି ଏଭଳି ଘଟଣା ଘଟିଛି। ବିବାହକୁ ମାତ୍ର ୨ ଦିନ ଥିଲାକିନ୍ତୁ ତା ପୂର୍ବରୁ ଯୁବତୀଙ୍କୁ ଏକ ତରଫା ପ୍ରେମ ଛୁରୀଭୁସି ହତ୍ୟା କରିଛି ଅଭିଯୁକ୍ତ। ସୂଚନା ଅନୁସାରେ , ଗୋବିରା ଗ୍ରାମ ସିମ୍ବେରଟୋଲା ବସ୍ତିର ଶିଖା ସପନା କୁଲୁ ଶୁକ୍ରବାର ସନ୍ଧ୍ୟାରେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ପରିବାର ଲୋକଙ୍କୁ ଫୋନ୍ ଆସିଥିଲା ଯେ, ଗୋବିରା ଗୀର୍ଜାଟୋଲା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଖା ପଡିଛନ୍ତି। ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଶିଖାଙ୍କୁ ଚିକିତ୍ସା ପାଇଁ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ପରିବାର ପକ୍ଷରୁ ବୀରମିତ୍ରପୁର ଥାନାରେ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଶିଖାଙ୍କର ଚଳିତ ମାସ ୧୨ ତାରିଖ ଦିନ ବିବାହ ହେବାର ଥିଲା। କିନ୍ତୁ ବିଶ୍ରା ଥାନା କାରକାଟାର ଗ୍ରାମର ମୁକେଶ କୁଲୁ ତାଙ୍କ ବିବାହକୁ ନେଇ ଆପତ୍ତି କରିଥିଲେ । ତେଣୁ ପରିବାର ବର୍ଗଙ୍କ ଅଭିଯୋଗ ଯେ, ମୁକେଶ ହିଁ ଛୁରୀ ଭୁସି ଶିଖାଙ୍କୁ ହତ୍ୟା କରିଛି। ଏତଲା ମୁତାବକ ପୁଲିସ ମୁକେଶକୁ ଗିରଫ କରିଛି । ଅପର ପକ୍ଷରେ ଘଟଣା ସ୍ଥଳରେ ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ଏହା ଏକତରଫା ପ୍ରେମଜନିତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking