18.1 C
Bhubaneswar
Saturday, December 6, 2025
Homeଓଡିଶାମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ

ମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ

ସମ୍ବଲପୁର: ମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡିଛନ୍ତି ଯୁବତୀ । ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ଏବଂ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ କିଛି ସୂଚନା ମିଳିପାରିନାହିଁ ।  ବ୍ରିଜ ଉପରୁ ଏକ ବ୍ୟାଗ ଉଦ୍ଧାର ହୋଇଛି ।  ବ୍ୟାଗରେ ନବମ ଶ୍ରେଣୀ ପ୍ରଶ୍ନପତ୍ର ରହିଛି ।  ବ୍ୟାଗରୁ ପ୍ରଶ୍ନପତ୍ର ମିଳିଥିବାରୁ ସେ ନବମ ଶ୍ରେଣୀର ଛାତ୍ରୀ ବୋଲି ସନ୍ଦେହ କରାଯାଉଛି ।  ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପାୱାର ବୋଟ ସାହାଯ୍ୟରେ ଅଗ୍ନିଶମ ଟିମ ନଦୀରେ ଖୋଜାଖୋଜି କରୁଛନ୍ତି । ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।  ଯୁବତୀ କିଏ, କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking