24.1 C
Bhubaneswar
Friday, February 13, 2026
Homeଓଡିଶାପୋଖରୀରେ ବୁଡି ଯୁବତୀଙ୍କ ମୃତ୍ୟୁ

ପୋଖରୀରେ ବୁଡି ଯୁବତୀଙ୍କ ମୃତ୍ୟୁ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଦାରିହା ଗ୍ରାମରେ ଘଟିଛି ଅଘଟଣ । ଗୁରୁବାର ସକାଳେ ସ୍ବର୍ଗତଃ ହରେକୃଷ୍ଣ ବେହେରାଙ୍କ ୨୨ ବର୍ଷୀୟା ଝିଅ ଦେବୀ ଘର ନିକଟସ୍ଥ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାଇ ଗୁରୁବାର ଭୋର ଦେବୀ ଘର ପାଖ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀ ପାଣିରେ ବୁଡି ଯାଇଥିଲେ। ଏବେ ବର୍ଷା ଦିନ ପାଇଁ ପୋଖରୀରେ ଉଛୁଳା ପାଣି ଥିବାରୁ ଦେବୀ ନିଜକୁ ଉଦ୍ଧାର କରିପାରି ନ ଥିଲେ।
ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦେବୀ ଘରକୁ ନ ଫେରିବାରୁ ପରିବାର ଲୋକ ଚାରିଆଡେ ଖୋଜାଖୋଜି କରି ପୋଖରୀ ପାଣିରୁ ଦେବୀକୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବ ବ୍ୟବଛେଦ କରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking