21.1 C
Bhubaneswar
Wednesday, February 11, 2026
Homeଓଡିଶାଥାନାରେ ବିଷ ପିଇଲେ ଯୁବତୀ

ଥାନାରେ ବିଷ ପିଇଲେ ଯୁବତୀ

ନୟାଗଡ଼: ନୟାଗଡ଼ ଇଟାମାଟି ଥାନା ପରିସରରେ ଜଣେ ଯୁବତୀ ନ୍ୟାୟ ଦାବିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ସେ ଏପରି କରିଛନ୍ତି। ବିଷ ପିଇବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ହେଲେ ପ୍ରେମିକଙ୍କ ଠାରୁ ଧୋକା ପାଇବା ପରେ ଯୁବତୀ ଜଣଙ୍କ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଏହାକୁ ଆଧାର କରି ପ୍ରେମିକଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଜାମିନରେ ଆସିଥିଲେ। କିନ୍ତୁ ଦୁଇ ପରିବାର ମଧ୍ୟରେ ବିବାଦ ଥମି ନଥିଲା। ବିବାହ କରିବାକୁ ଜିଦରେ ପ୍ରେମିକା ଜଣକ ଅଟଳ ରହିଥିବା ବେଳେ ପ୍ରେମିକଙ୍କ ପରିବାର ଲୋକ ମାମଲାକୁ ରଫାଦଫା କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ରବିବାର ପୁଣି ୨ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ପୁଲିସରେ ଉଭୟ ପକ୍ଷ ଅଭିଯୋଗ କରିଥିଲେ। ସୋମବାର ତ୍ୱରିତ ନ୍ୟାୟ ଦାବିରେ ଯୁବତୀ ଜଣଙ୍କ ଆଜି ଇଟାଭାଟି ଥାନାରେ ପହଞ୍ଚି କାହିଁକି ନ୍ୟାୟ ମିଳିଲାନି ବୋଲି ପ୍ରଶ୍ନ କରିବା ସହ ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣା ପରେ ତାଙ୍କୁ ତୁରନ୍ତ ପୁଲିସ୍ ଅଧିକାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking