24.1 C
Bhubaneswar
Thursday, December 18, 2025
Homeଓଡିଶାକେନ୍ଦ୍ରାପଡା: ଜଳିଗଲେ ଯୁବତୀ: ପୁରୁଷ ବନ୍ଧୁ ଗିରଫ

କେନ୍ଦ୍ରାପଡା: ଜଳିଗଲେ ଯୁବତୀ: ପୁରୁଷ ବନ୍ଧୁ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ  ଗିରଫ କରିଛି ପୋଲିସ । ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ପୁରୁଷ ବନ୍ଧୁକୁ ଚେନ୍ନାଇରୁ ଧରି ବିମାନରେ ଭୁବନେଶ୍ୱର ଆଣିବା ପରେ କେନ୍ଦ୍ରାପଡାକୁ ଆଣୁଛି ପୋଲିସ । ସୂଚନାଯୋଗ୍ୟ, ବୁଧବାର ଦିନ ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ବାରମ୍ବାର ଧମକର ଶିକାର ହେବା ପରେ ନିଜ ଦେହରେ କିରାସିନି ଢାଳି ନିଆ ଲଗାଇ ନିଜ ଜୀବନ ନେଇଥିଲେ। ରିପୋର୍ଟ ଅନୁଯାୟୀ, ପ୍ରେମିକ ଜଣକ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ କରିଥିଲେ ଏବଂ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ତାଙ୍କୁ ବ୍ଲାକମେଲ୍ କରିଥିଲେ। ଏହା ପରେ ଯୁବତୀ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ସଦସ୍ୟ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଫଆଇଆର ଦାଖଲ କରିବା ପରିବର୍ତ୍ତେ, ଏଏସଆଇ ତାଙ୍କୁ ସମସ୍ତ ସୋସିଆଲ ମିଡିଆ ସାଇଟରୁ ପୁଅକୁ ବ୍ଲକ୍ କରିବାକୁ କହିଥିଲେ। ଏହି ଘଟଣା ଦୀର୍ଘ ୭-୮ମାସ ଧରି ଚାଲିଥିଲା। ପୁଅର ବ୍ଲାକମେଲିଂରେ ହତାଶ ହୋଇ, ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ନିଜ ଜୀବନ ନେବା ଭଳି କଠୋର ନିଷ୍ପତ୍ତି ନେଇଥିଲେ। ବାପାଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତଦନ୍ତରେ ସ୍ବଚ୍ଛତା ପାଇଁ ଏଭଳି କରାଯାଇଥିବା ଦର୍ଶାଯାଇଛି । ନିଜେ ଏସିପି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତି ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking