କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଯୁବତୀ ଜଳିଯିବ ଘଟଣା । ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୋଲିସ । ପୁରୁଷ ବନ୍ଧୁ କିଏ ମୋବାଇଲ ଖୋଲିବ ଗୁମର । ମୋବାଇଲ କଲ୍ ଡିଟେଲ୍ସର ଚାଲିଛି ଯାଞ୍ଚ । କାହାକୁ ହୋଇଥିଲା ଶେଷ କଲ୍ ସେନେଇ ତଦନ୍ତ କରୁଛି ପୋଲିସ । ବ୍ଲାକମେଲ କରିଥିବା ପୁରୁଷ ବନ୍ଧୁକୁ ଖୋଜୁଛି ପୋଲିସ । ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଆଜି ସକାଳେ କେନ୍ଦ୍ରାପଡା ଜିଲ୍ଲା, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଜିଅନ୍ତା ଜଳିଯାଇଥିଲେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ । ହତ୍ୟା ନା ଆତ୍ମହତ୍ୟା ସେନେଇ ଚାଲିଛି ତଦନ୍ତ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ । ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










