27.1 C
Bhubaneswar
Monday, January 12, 2026
Homeଓଡିଶାପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା

ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା

ବାଲେଶ୍ବର:ବାଲେଶ୍ବର ଜିଲ୍ଲା ସୋରରେ ଚାଞ୍ଚଲ୍ୟ। ପ୍ରେମ ବ୍ୟାପାରରୁ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତା ଯୁବତୀ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା  । ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ଆଜି ଘରେ କେହି ନଥିବା ବେଳେ ସେ ଏକାକୀ ଥିଲେ। ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking