14.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି ଯୁବକ

ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି ଯୁବକ

ରାଉରକେଲା: ମାନସିକ ଅବସାଦ ହେଉ ଅବା ଅନ୍ୟାନ୍ୟ କାରଣରୁ ଯୁବକମାନେ ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି। କେବଳ ଯୁବକ ନୁହଁନ୍ତି ଯୁବତୀ, ମହିଳା, ବୟସ୍କ ଏମିତିକି ନାବାଳକ ଓ ନାବାଳିକାମାନେ ମଧ୍ୟ ଏଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ସୁନ୍ଦରଗଡ଼ରେ ଗତ ୩୫ ମାସ ମଧ୍ୟରେ ବିଭିନ୍ନ କାରଣରୁ ୫୦୪ ଜଣ ନିଜ ଜୀବନ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୩୮୫ ଜଣ ହେଉଛନ୍ତି ପୁରୁଷ ରହିଛନ୍ତି। ସେହିପରି ୧୧୯ ଜଣ ମହିଳା ଅଛନ୍ତି। ଗତ ୨୦୨୨ରେ ୧୫୩ ପୁରୁଷ ନିଜ ଜୀବନ ନେଇଥିବାବେଳେ ୨୦୨୩ରେ ୧୨୯ ଓ ୨୦୨୪ରେ ୧୦୩ ଜଣ ନିଜ ଜୀବନ ନେଇଛନ୍ତି। ଅନୁରୂପ ଭାବେ ୨୦୨୨ରେ ୩୮ ମହିଳା ନିଜ ଜୀବନ ନେଇଥିବାବେଳେ ୨୦୨୩ରେ ୪୨ ଓ ୨୦୨୪ରେ ୩୯ ଜଣ ମହିଳା ନିଜ ଜୀବନ ନେଇଛନ୍ତି। ସୁନ୍ଦରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ୯୯ ଯୁବକ, ୧୧ ଯୁବତୀ, ୧୦ ନାବାଳକ ଓ ବାଳିକା, ୧୫ ମହିଳା ଓ ୨୩ ବୃଦ୍ଧବୃଦ୍ଧା ନିଜ ଜୀବନ ନେଇଛନ୍ତି।

୨୦୨୩ରେ ୭୯ ଯୁବକ, ୧୧ ଯୁବତୀ, ୧୦ ନାବାଳକ ନାବାଳିକା, ୧୫ ମହିଳା ଓ ୧୧ ବୃଦ୍ଧବୃଦ୍ଧା ନିଜ ଜୀବନ ନେଇଛନ୍ତି। ୨୦୨୪ରେ ୫୧ ଜଣ ଯୁବକ ନିଜ ଜୀବନ ନେଇଛନ୍ତି। ୮ ଯୁବତୀ, ୧୦ ନାବାଳ କବାଳିକା, ୨୨ ମହିଳା ଓ ୧୭ ବୃଦ୍ଧବୃଦ୍ଧ ନିଜ ଜୀବନ ନେଇଛନ୍ତି। ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ୨୬ ପୁରୁଷ ଓ ୭ ମହିଳା ନିଜ ଜୀବନ ନେଇଛନ୍ତି। ୨୦୨୩ରେ ୩୪ ପୁରୁଷ ଓ ୯ ମହିଳା ନିଜ ଜୀବନ ନେଇଛନ୍ତି। ୨୦୨୪ରେ ୩୦ ପୁରୁଷ ଓ ୪ ମହିଳା ନିଜ ଜୀବନ ନେବା ଭଳି ଚରମ ପଦକ୍ଷେପ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking