ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଖଣ୍ଡାରେ ମନୋଜ ସ୍ବାଇଁଙ୍କୁ ହାଣି ହତ୍ୟା କରାଯାଇଛି । ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ପରେଶ ସ୍ବାଇଁକୁ ଗିରଫ କରିଛି ।ତେବେ ହତ୍ୟାକାଣ୍ଡର କାରଣ ଏଯାବତ ଜଣାପଡ଼ିନାହିଁ। ବୀଭତ୍ସ ହତ୍ୟାକାଣ୍ଡ ନେଇ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି ।










