ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ। ସୀଲମପୁର ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କୁ ତାରିକ ହାସନ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରେ ସୀଲମପୁର କେ – ବ୍ଲକରେ ଏକ ଦୋକାନରେ ବିରିଆନି ଖାଉଥିବା ସମୟରେ ତାରିକଙ୍କୁ ଗୁଳି କରାଯାଇଥିଲା। ଆହତ ତାରିକଙ୍କୁ ଜିଟିବି ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ପୋଲିସ।










