25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଯୁବକଙ୍କୁ ଗୁଳି କରି ହତ୍ୟା

ଯୁବକଙ୍କୁ ଗୁଳି କରି ହତ୍ୟା

ବିହାର: ବିହାରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋହତାସରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କୁ ଦିନାରା ନିବାସୀ କଲେକ୍ଟର ଯାଦବଙ୍କ ପୁଅ ସୁଧୀର ଯାଦବ (୨୦) ବୋଲି ଚିହ୍ନଟ କରାଯାଇଛି। ରବିବାର ବିଳମ୍ବିତ ରାତିରେ କୁଣ୍ଡ ବ୍ରିଜ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ରାତିରେ କୌଣସି କାମ ପାଇଁ ତାଙ୍କ ବାଇକ୍‌ରେ ବାହାରିଥିଲେ। ବାଟରେ ଗୁଳିମାଡରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକଙ୍କ ମୃତଦେହଠାରୁ କିଛି ଦୂରରେ ତାଙ୍କ ବାଇକ୍‌କୁ ପାଇଥିଲା ପୋଲିସ। ଏହା ସହ ଘଟଣାସ୍ଥଳରୁ ତିନୋଟି କାର୍ଟ୍ରିଜ୍ ଉଦ୍ଧାର କରାଯାଇଥିଲା।

ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସୁଧୀର ସ୍ନାତକ ଛାତ୍ର ଥିଲା। ତାଙ୍କର କାହା ସହ କୌଣସି ଶତ୍ରୁତା ନଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗୁଳି ଚଳାଇଥିବା ଲୋକମାନେ ଛାତିକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଶବ ବ୍ୟବଚ୍ଛେଦ ପରେ ଯୁବକଙ୍କୁ କେତେ ଗୁଳି ବାଜିଥିଲା ​​ତାହା ଜଣାପଡିବ। ପୋଲିସ ପରିବାର ଏବଂ ଆଖପାଖରେ ଥିବା ଲୋକଙ୍କୁ ପଚରାଉଚରା କରିଛି। ତଥାପି ଏପର୍ଯ୍ୟନ୍ତ କୌଣସି ବିବାଦ, ଝଗଡ଼ା କିମ୍ବା ଶତ୍ରୁତା ଚିହ୍ନଟ ହୋଇନାହିଁ। ପୋଲିସ ସମସ୍ତ ଦିଗକୁ ଯାଞ୍ଚ କରୁଛି। କଲ୍ ଲିଷ୍ଟ, ମୋବାଇଲ୍ ଲୋକେସନ୍ ଏବଂ ଅନ୍ୟାନ୍ୟ ସୂଚନା ଆଧାରରେ ଅଧିକ ତଦନ୍ତ କରାଯିବ।  ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking