37.8 C
Bhubaneswar
Monday, May 12, 2025
Homeଅପରାଧଯୁବକଙ୍କୁ ଗୁଳି ମାରି ଲୁଟିନେଲେ

ଯୁବକଙ୍କୁ ଗୁଳି ମାରି ଲୁଟିନେଲେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଫୁଟିଲା ଗୁଳି ।ଯୁବକଙ୍କୁ ଗୁଳି ମାରି ଲୁଟିନେଲେ। ଗତକାଲି ରାତିରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ନିକଟରେ ଏହି ଗୁଳିମାଡ଼ ହୋଇଛି । କିଛି ଦୁର୍ବୃତ୍ତ ଡୁଙ୍ଗୁରିପାଲିର ଧୀରେନ ଭୋଇ ଓ ସଞ୍ଜୟ ସେଠଙ୍କୁ ଗୁଳି ମାରି ଲୁଟ୍ କରିଛନ୍ତି । ଧୀରେନଙ୍କ ଦେହରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଧୀରେନ ଓ ସଞ୍ଜୟ ଏକ ବାଇକ୍ ଯୋଗେ ରାତିରେ ଘରକୁ ଫେରୁଥିବାବେଳେ ଡୁଙ୍ଗୁରିପାଲି କଲେଜ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ କରିଥିଲେ । ସେମାନଙ୍କ ପାଖରୁ ୨୦ ହଜାର ଲୁଟ୍ କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳିମାଡ଼ ପରେ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ଘଟଣାରେ ଧୀରେନଙ୍କ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଗୁଳିକାଣ୍ଡ ସମ୍ପର୍କରେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଚଳାଇଛି । ଲୁଟ୍ ପାଇଁ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking