ମୋହନା: ମୋହନାରେ ଘଟିଛି ଏକ ଅଘଟଣ । ଡ୍ୟାମ୍କୁ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ଅଡବା ଥାନା ହରଭଙ୍ଗି ଡ୍ୟାମ୍ରେ ବୁଡି ଯୁବକ ନିଖୋଜ ହୋଇଛି । ଗତକାଲିଠୁ ମାଛ ଧରିବାକୁ ଯାଇ ବୁଡି ନିଖୋଜ ଅଛି ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି ।









