17.1 C
Bhubaneswar
Friday, February 13, 2026
Homeଓଡିଶାଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ମାଲକାନଗିରି : ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ଗୁରୁତର ଅବସ୍ଥାରେ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚାପଲପଡା ଗ୍ରାମରେ ଘଟିଛି। ଗୁରୁତର ଯୁବକ ଚାପଲପଡା ଗ୍ରାମର ଶ୍ୟାମ ଶିଶା ବୋଲି ଜଣାପଡିଛି। ସୂଚନା ଅନୁସାରେ, ଶ୍ୟାମ ଜଙ୍ଗଲରେ ଥିବା ନିଜ ଜମିକୁ ଯାଇଥିବା ବେଳେ ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଜମିରେ କାମ କରୁଥିବା ଛାଡି ଦୌଡ଼ି ଆସିଥିଲେ। ଲୋକଙ୍କ ପାଟି ଶୁଣି ଭାଲୁଟି ଜଙ୍ଗଲକୁ ପଳାଇଥିଲା। ଭାଲୁ ଶ୍ୟାମଙ୍କ ଆଖି ଦୁଇଟି ତାଡି ଦେଇଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକ ଶ୍ୟାମଙ୍କୁ ଉଦ୍ଧାର କରି ଖଇରିପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଡାକ୍ତର ସେଠାରେ ତାଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗୁଡୁଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking