14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବାପା ଏବଂ ସ୍ତ୍ରୀଙ୍କୁ ଗୁଳି କରି ଆତ୍ମହତ୍ୟା କଲା ଯୁବକ

ବାପା ଏବଂ ସ୍ତ୍ରୀଙ୍କୁ ଗୁଳି କରି ଆତ୍ମହତ୍ୟା କଲା ଯୁବକ

ବିହାର: ବିହାରର ରୋହତାସରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାପା ଏବଂ ସ୍ତ୍ରୀଙ୍କୁ ଗୁଳି କରି ନିଜେ ଆତ୍ମହତ୍ୟା କରିଛି ଜଣେ ଯୁବକ । ରୋହତାସର ଭାନାସ ଥାନା ଅଧିନସ୍ଥ ଡିହରା ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କୁ ଅମିତ ସିଂହ (ପ୍ରାୟ ୩୭-୩୮ ବର୍ଷ), ଶାଳିଗ୍ରାମ ସିଂହ (ପ୍ରାୟ ୮୦ ବର୍ଷ) ଏବଂ ନୀତୁ ଦେବୀ (ପ୍ରାୟ ୩୫-୩୬ ବର୍ଷ) ବୋଲି ଚିହ୍ନଟ କରାଯାଇଛି । ଅମିତ ପ୍ରଥମେ ତାଙ୍କ ସ୍ତ୍ରୀ ନୀତୁଙ୍କୁ ଗୁଳି କରି ଥିଲେ ତାପରେ ତାଙ୍କ ବାପା ଶାଳିଗ୍ରାମଙ୍କୁ ଗୁଳି କରିଥିଲେ । ଉଭୟଙ୍କୁ ଗୁଳି କରିବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଗୁଳି ବାଜିବା ପରେ ସମସ୍ତ ୩ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ, ଅମିତ ମାନସିକ ଅବସାଦରେ ପୀଡିତ ଥିଲେ । ସେ ବନ୍ଧୁକ କେଉଁଠାରୁ ପାଇଲେ ତାହା ଜଣାପଡିନାହିଁ । ଗତ ଦୁଇ ଦିନ ଧରି ଗାଁରେ ନଥିଲେ ଅମିତ । ହଠାତ୍ ସୋମବାର ବିଳମ୍ବିତ ରାତିରେ ଫେରି ତାଙ୍କ ସ୍ତ୍ରୀ ଏବଂ ବାପାଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟା ପଛର କାରଣ କଣ ଜଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking