ରାୟଗଡା: ପ୍ରେମ ପାଇଁ ଦଣ୍ଡ ପ୍ରଣାମ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଲାଭଟା ଅଞ୍ଚଳରେ ଜାଗର ଦିନ ଏ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ପ୍ରେମିକ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିମି ରାସ୍ତାରେ ଗଡିଗଡି କପିଳେଶ୍ୱର ମନ୍ଦିରକୁ ଯାଇଛନ୍ତି । ଯୁବକ ଜଣଙ୍କ ହେଲେ ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗବାଡି ଗ୍ରାମର ଗୁରୁଦାସ ଡଙ୍ଗରି ଓ ମରିଚ ଡଙ୍ଗରିଙ୍କ ପୁଅ ଲୋକନାଥ ଡଙ୍ଗରି । ସୂଚନା ଅନୁସାରେ , ସେ ଜଣେ ଯୁବତୀକୁ ପ୍ରେମ କରୁଛନ୍ତି । ପ୍ରେମକୁ ସାକାର ରୂପ ଦେବାକୁ ସେ ଏଭଳି କରିଥିବା ଜଣାପଡିଛି । ଲୋକନାଥ ଜଣେ ଶିକ୍ଷିତ ଯୁବକ ସହ ଚେନ୍ନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି । ସେ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ରାସ୍ତାରେ ଗଡିଗଡି ଆସି ମହାଦେବଙ୍କ ଦର୍ଶନ କରି ମାନସିକ ପୂରଣ କରିଥିଲେ । ଭୋର ୩ଟା ସମୟରେ ସେ ରାସ୍ତାରେ ଗଡିବା ଆରମ୍ଭ କରିଥିଲେ ।










