25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶରାସ୍ତାରେ ପୋଲିସ ଗାଡିକୁ ଧକ୍କା ଦେଲେ ଯୁବତୀ: ୨ ଗୁରୁତର

ରାସ୍ତାରେ ପୋଲିସ ଗାଡିକୁ ଧକ୍କା ଦେଲେ ଯୁବତୀ: ୨ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ବାଦୌଲି ବ୍ରିଜ୍ ନିକଟରେ ଏମିତି ଘଟଣା ଘଟିଛି ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମ୍ୟାଗି ଖାଇବାକୁ ବାପାଙ୍କ ସ୍କର୍ପିଓ ନେଇ ଆସିଥିବା ୧୯ ବର୍ଷୀୟା କୃତିକା ଯେଉଁ କାଣ୍ଡ କରିଛନ୍ତି ତାହା ସମସ୍ତଙ୍କୁ ତାଜୁବ କରି ଦେଇଛି। । ତାଙ୍କ ମ୍ୟାଗି ଖାଇବା ନିଶା ପାଇଁ ଗୁରୁତର ହୋଇ ଜୀବନମରଣ ସହ ଲଢେଇ କରୁଛନ୍ତି ଦୁଇଜଣ ପୋଲିସ କର୍ମଚାରୀ। ଆହତ କନେଷ୍ଟବଳ ଦୀପକଙ୍କ ବୟାନ ଅନୁସାରେ ବିପିଟିପି ପୋଲିସ ଷ୍ଟେସନ ସେକ୍ଟର-୩୧ ବାସିନ୍ଦା ଝିଅ କୃତିକା ମ୍ୟାଗି ଖାଇବା ପାଇଁ ୧୭୦ କିଲୋମିଟର ବେଗରେ ଗାଡ଼ି ଚଳାଇ ପୋଲିସ ଗାଡ଼ିକୁ ଧକ୍କା ଦେଇଛନ୍ତି। ବିପିଟିପି ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କ ସୂଚନା ଅନୁସାରେ କୃତିକା ପାଇଲଟ୍ ହେବାକୁ ଯୋଜନା କରୁଥିଲେ, ଏଥିପାଇଁ ସେ ଦିଲ୍ଲୀ ଦ୍ୱାରକାରୁ କୋଚିଂ ନେଇଥିଲେ। ଏବେ ଗରେ ରହି ପ୍ରସ୍ତୁତି ଚଳାଇଥିଲେ। ବାପାଙ୍କ କଳା ସ୍କୋର୍ପିଓ କାର ନେଇ ତିନି ବନ୍ଧୁଙ୍କ ସହିତ ମ୍ୟାଗି ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇବା ପାଇଁ ଗ୍ରେଟର ଫରିଦାବାଦ ଅଭିମୁଖେ ଯାଉଥିବା ବେଳେ ୧୭୦ ସ୍ପିଡରେ ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking