30.1 C
Bhubaneswar
Tuesday, February 3, 2026
Homeଓଡିଶାଜୀବନ୍ତ ଜଳିଗଲେ ଯୁବ ବ୍ୟବସାୟୀ

ଜୀବନ୍ତ ଜଳିଗଲେ ଯୁବ ବ୍ୟବସାୟୀ

ପାଟକୁରା: ଗରଦପୁର ବ୍ଲକ ତଥା କୁଦାନଗରୀ ଥାନା ଅଧିନସ୍ଥ କଳାବୁଦା ଗ୍ରାମର ଯୁବ ବ୍ୟବସାୟୀ ସୁବାସ ମଲିକ ନିଜ ଦୋକାନରେ ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ବାହାରପଟୁ ଖିଡିକି ଦେଇ ନିଆଁ ଲଗାଇ ଜୀବନ୍ତା ଜାଳିଦେଇଥିବା ନେଇ କୁଦାନଗରୀ ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କ ସ୍ତ୍ରୀ ଓ ପୁଅ ପୁର୍ବ ଶତ୍ରୁତାରୁ ଏଭଳି କାଣ୍ଡ ହୋଇଥିବା କହୁଥିବା ବେଳେ ପ୍ରକୃତରେ କିଭଳି ଘର ଭିତରେ ଅଗ୍ନିକାଣ୍ଡ ହେଲା ତାହା ସଠିକ୍ ଜଣାପଡିନାହିଁ। କୁଦାନଗରୀ ପୁଲିସ ବିଭିନ୍ନ ଦିଗକୁ ଲକ୍ଷ କରି ତଦନ୍ତ ଜାରି ରଖିଛି । ଆନ୍ଦୋଳନରତ ଲୋକଙ୍କୁ ପୁଲିସ ବୁଝାସୁଝା କରି ଦୁର୍ବୃତ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦେଳନ ପ୍ରତ୍ୟାହୃତ ହୋଇଛି। ସାଇଣ୍ଟ୍‌ଫିକ୍ ଟିମ୍‌ଙ୍କ ଉପସ୍ଥିତିରେ ଶବକୁ ପଞ୍ଚନାମା କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ମେଡିକାଲକୁ ପଠାଯାଇଛି । ପ୍ରକାଶ, ମୃତ ବ୍ୟବସାୟୀ ସୁବାସ ସାଙ୍ଗମାନଙ୍କ ସହ ରାତିରେ ଭୋଜି କରି ପ୍ରାୟ ରାତି ୧୧ ଟା ବେଳେ ନିଜର ପରିବା ଓ ଡ୍ରେସ ଦୋକାନକୁ ଶୋଇବାକୁ ଯାଇଥିଲେ। ପେଟ୍ରୋଲ ବିକିବାକୁ ନେଇ କିଛିଦିନ ତଳେ ତାଙ୍କର ଅନ୍ୟ କାହା ସହ ଝଗଡା ହୋଇଥିବା ଶୁଣିବାକୁ ମିଳିଛି। ଭୋର ୪ଟା ବେଳେ କଳାବୁଦା ଗ୍ରାମ ଶିବ ମନ୍ଦିରର ପୂଜକ ନଳିନିକାନ୍ତ ପଣ୍ଡା ଉଠି ପଦାକୁ ଆସି ଦୋକାନଟି ଜଳୁଥିବାର ଦେଖିଥିଲେ। ସଙ୍ଗେସଙ୍ଗେ ସୁବାସଙ୍କ ବାପା ଅରକ୍ଷିତଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଆସି ଦେଖିଲା ବେଳକୁ ଦୋକାନର ଲୁହାକବାଟ ବନ୍ଦଥିଲା ଓ ସୁବାସ ପୋଡି ଭଷ୍ମ ହୋଇଯାଇଥିଲେ। ତେବେ ଏହି ପୋଡି ଘଟଣା ଏବେ ବି ରହସ୍ୟ ହୋଇରହିଛି। ପୁଲିସ ତଦନ୍ତ ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସଠିକ ଘଟଣା ପଦାକୁ ଆସିବ ବୋଲି କୁହାଯାଇଛି । ଘଟଣାଟି ସମଗ୍ର କୁଦାନଗରୀ ଓ ପାଟକୁରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking