21.1 C
Bhubaneswar
Tuesday, February 3, 2026
Homeଓଡିଶାଯୁବ ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ

ଯୁବ ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀର କନଟ୍ ପ୍ଲେସରେ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ତିନି ଜଣ ଫୁଡ୍ ଡେଲିଭରୀ ବୟ, ଜଣେ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରିଥିବା ଖବର ଆସିଛି। ମୃତକ ବ୍ୟବସାୟୀଙ୍କ ନାଁ ଶିବମ୍ ଗୁପ୍ତା। ତାଙ୍କର ବୟସ ୩୬ ବର୍ଷ। ସେ ୩ ଜାନୁଆରୀ ରାତିରେ ଏକ ପାର୍ଟିରୁ ଫେରୁଥିବା ବେଳେ ତିନି ଜଣ ଫୁଡ୍ ଡେଲିଭରୀ ରାଇଡର୍ସ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଶିବମ୍ ପ୍ରାୟ ଦୁଇ ସପ୍ତାହ ଧରି ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରୁଥିବେ। ଶେଷରେ ୧୯ ଜାନୁଆରୀରେ ସେ ଆଖି ବୁଜି ଦେଇଥିଲେ। ପୁଲିସ ଉକ୍ତ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଜଣକୁ ଖୋଜା ଚାଲିଛି।

ଘଟଣାର ସୂତ୍ରାପାତ ଏକ ସାଧାରଣ ଯୁକ୍ତିତର୍କରୁ ଆରମ୍ଭ ହୋଇଥିଲା। ଏହାପରେ ତିନିଜଣ ଆକ୍ରମଣକାରୀ ( ଫୁଡ୍ ଡେଲିଭରୀ ବୟ) ଶିବମଙ୍କୁ ତାଙ୍କର ହେଲମେଟ୍ ଦ୍ୱାରା ଆକ୍ରମଣ କରିଥିଲେ ଏବଂ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଫୁଟପାଥରେ ଛାଡ଼ି ପଳାଇ ଥିଲେ। ପୁଲିସକୁ ସୂଚନା ମିଳିବା ପରେ ଶିବମଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଥିଲା। ଡାକ୍ତରମାନେ ତାଙ୍କ ମୁଣ୍ଡରେ ଗମ୍ଭୀର ଇଣ୍ଟରନାଲ ଇନଜୁରୀ ହୋଇଥିବା ଜାଣିବାକୁ ପାଇଥିଲେ।

ତାଙ୍କର ଅବସ୍ଥା ଏତେ ସାଂଘାତିକ ହୋଇଥିଲା ଯେ, ସେ ପୁଲିସକୁ ବୟାନ ଦେବାର ସ୍ଥିତିରେ ନଥିଲେ। ପରିବାର ଲୋକଙ୍କ କହିବାନୁସାରେ , ଅସ୍ତ୍ରୋପଚାର ପରେ କିଛି ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତିର ଆଶା କରାଯାଉ ଥିଲା ଏବଂ ସେ ଡାକ୍ତରଙ୍କ କଥାରେ ମଧ୍ୟ ପ୍ରତିକ୍ରିୟା ଦେଉ ଥିଲେ, କିନ୍ତୁ ଶେଷରେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଶିବମଙ୍କ ତାଙ୍କ ବାପା ଅନିଲ କାନ୍ତ ଗୁପ୍ତାଙ୍କ ଏକମାତ୍ର ପୁଅ ଥିଲେ, ଯିଏ ପାହାଡ଼ଗଞ୍ଜରେ ଦୁଇଟି ଦୋକାନ ଚଳାଉଛନ୍ତି । ଲକ୍ଷ୍ମୀ ନଗରର ବାସିନ୍ଦା ଶିବମ୍ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଏକ ପାର୍ଟିକୁ ଯାଉଥିବା କହି ଘରୁ ବାହାରି ଥିଲେ । ପୁଅକୁ ହରାଇବା ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା , ଅଭିଯୁକ୍ତଙ୍କ ପାଇଁ କଠୋରରୁ କଠୋର ଦଣ୍ଡ ଦାବି କରିଛନ୍ତି। ବର୍ତ୍ତମାନ, ପୁଲିସ ସିସିଟିଭି ଫୁଟେଜ୍ ଏବଂ ଫରେନସିକ୍ ପ୍ରମାଣର ଆଧାରରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking