27.1 C
Bhubaneswar
Tuesday, January 13, 2026
Homeଅପରାଧରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର :  ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଥିବା ବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚଳନ୍ତା ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଫଳରେ ରାଜପଥ ଉପରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ରାଜଧାନୀବାସୀ। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍‌ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ। ଫଳରେ ତାଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ତଳେ ପଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଯୁବକଙ୍କ ବେକ ଓ ଗୋଡ଼ରେ ବି ଗଭୀର ଆଘାତ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking